ଓଡ଼ିଶାରେ ପ୍ରଥମ ଥର ପାଇଁ ତାତି ଛୁଇଁଲା ୩୯ ଡିଗ୍ରୀ
ଭୁବନେଶ୍ୱର: ଆଜି ଓଡ଼ିଶାରେ ପ୍ରଥମ ଥର ପାଇଁ ତାତି ଛୁଇଁଲା ୩୯ ଡିଗ୍ରୀ। ଝାରସୁଗୁଡ଼ାର ସର୍ବୋଚ୍ଚ ଦିନ ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ କରାଯାଇଛି। ବୌଦ୍ଧ ୩୮.୫, ମାଲକାନଗିରି ୩୮.୪, ଅନୁଗୁଳ ୩୭.୯ ଡିଗ୍ରୀ -ସମ୍ବଲପୁର ଓ ପାରଳାଖେମୁଣ୍ଡି ୩୭.୮, ବଲାଙ୍ଗିର ୩୭.୫, ହୀରାକୁଦ ୩୭.୧, ଟିଟିଲାଗଡ଼ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଭୁବନେଶ୍ବର ୩୬.୪ ଓ କଟକ ତାପମାତ୍ରା ୩୪.୬ ଡିଗ୍ରୀ ଥିବା ସୂଚନା।