ଓଡ଼ିଶାରେ କମିଛି ତାତି

Apr 8, 2024 - 23:52
 7

ଭୁବନେଶ୍ୱର: ସାରା ଓଡ଼ିଶାରେ କମିଛି ତାତିର ପ୍ରକୋପ। ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ୩୫ ଡିଗ୍ରୀ ତଳେ ରହିଛି ରାଜ୍ୟର ସବୁ ସହରର ତାପମାତ୍ରା। ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ସର୍ବାଧିକ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ପାରାଦୀପ-୩୩.୬ , ପୁରୀ-୩୩.୪ , ବାଲେଶ୍ବର-୩୨.୪ ଡିଗ୍ରୀ, ଗୋପାଳପୁର-୩୩.୨, ଭୁବନେଶ୍ବର-୩୨.୮ ଡିଗ୍ରୀ, କେନ୍ଦୁଝର-୨୫.୬ , ରାଉରକେଲା-୨୨.୪ ଡିଗ୍ରୀ ରହୁଥିବା ଜଣାପଡ଼ିଛି। ସେହିପରି ସମ୍ବଲପୁରରେ ୨୧.୬ , ଝାରସୁଗୁଡ଼ାରେ ୨୧.୪ ଓ ହୀରାକୁଦରେ ୨୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।