ଖୋର୍ଦ୍ଧା ଏବଂ ବ୍ରହ୍ମପୁର ପାଇଁ ନୂଆ ଏସ୍ପି ନିଯୁକ୍ତ
ଭୁବନେଶ୍ୱର: ଖୋର୍ଦ୍ଧା ଏବଂ ବ୍ରହ୍ମପୁର ପାଇଁ ନୂଆ ଏସ୍ପି ନିଯୁକ୍ତି ନିମନ୍ତେ ଅନୁମତି ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ୍। ୨୦୦୭ ବ୍ୟାଚ୍ର ୨ ଆଇପିଏସ୍ଙ୍କ ନାଁ ଅନୁମୋଦନ କରାଯାଇଛି। ବ୍ରହ୍ମପୁର ଏସ୍ପି ଭାବେ ସାର୍ଥକ ଷଡ଼ଙ୍ଗୀଙ୍କ ନିଯୁକ୍ତି ପାଇଁ ଅନୁମତି ଦିଆଯାଇଛି। ଖୋର୍ଦ୍ଧା ଏସ୍ପି ଭାବେ ଅବିନାଶ କୁମାରଙ୍କୁ ନିଯୁକ୍ତି ଦେବା ପାଇଁ ଅନୁମତି ମିଳିଛି।