ସହିଦନଗର ସରକାରୀ ବିଦ୍ୟାଳୟ ରେ ମୋ ସ୍କୁଲ ଆଡପସନ ବୈଠକ ଓ ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sep 13, 2023 - 11:38
 7
ସହିଦନଗର ସରକାରୀ ବିଦ୍ୟାଳୟ ରେ ମୋ ସ୍କୁଲ ଆଡପସନ ବୈଠକ ଓ ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ସରକାରୀ ବିଦ୍ୟାଳୟ ରେ ମୋ ସ୍କୁଲ ର ସ୍କୁଲ ଆଡପସନର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ରଧାନଶିକ୍ଷୟିତ୍ରୀ ସୁପ୍ରଭା ଶତପଥୀ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ସ୍କୁଲ ରେ ପାଠ ପଢ଼ା ସହ ଅନ୍ୟାନ୍ୟ ବିଷୟ ରେ ପିଲା ମାନଙ୍କ ର କିପରି ଉନ୍ନତି ହୋଇ ପାରିବ ସେହି ବିଷୟ ରେ ଆଲୋଚନା କରାଯାଇଥିଲା। ମୋ ସ୍କୁଲ କାର୍ଯ୍ୟକ୍ରମ ରେ ରେ ଆହୁରି ଅଧିକ ଆଲୁମିନି ଛାତ୍ର ଓ ଛାତ୍ରୀ କିପରି ସାମିଲ ହୋଇ ପାରିବେ ସମସ୍ତେ ଚେଷ୍ଟା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରଭା ଶତପଥୀ, ଡ ଲକ୍ଷୀକାନ୍ତ ଖୁଣ୍ଟିଆ ପ୍ରମୋଦ କୁମାର ମେକାପ, ମୋ ସ୍କୁଲ ସଭାପତି ନାରାୟଣ ମହାପାତ୍ର,ସମ୍ପାଦକ ସିତାକାନ୍ତ ମହାପାତ୍ର ନବକିଶୋର ମହାଲିକ, ଅଚ୍ୟୁତ ପ୍ରସାଦ ବେହେରା ଶ୍ରୀନିବାସ ରାଓ, ଅମିତାଭ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ସ୍କୁଲ ପରିସରର ରେ ସମସ୍ତେ ବୃକ୍ଷରୋପଣ କାର୍ଯ୍ଯକ୍ରମ ରେ ଯୋଗ ଦେଇଥିଲେ।