୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

Sep 13, 2023 - 11:40
 21
୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି: ଆଜି ମୟୁରଭଞ୍ଜ ଜିଲ୍ଲା କଣ୍ଟାବାଞ୍ଜି ରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା ସଂଘର୍ଷ ସମିତି। କଣ୍ଟାବାଞ୍ଜି କୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ତୁରେଇକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ଓ କଣ୍ଟାବାଞ୍ଜି ଜାତୀୟ ରାଜପଥରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି। ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏହି ସମାନ ଦାବି ନେଇ ପୂର୍ବରୁ ମଧ୍ୟ ବନ୍ଦ ପାଳନ କରାଯାଇଛି।