ଭୁବନେଶ୍ବରରେ ଯୁବତୀଙ୍କୁ ଅସଦାଚରଣ ଘଟଣାରେ ଯୁବକ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ବରରେ ଜଣେ ଯୁବତୀଙ୍କୁ ଅସଦାଚରଣ ଘଟଣାରେ ଜଣେ ଯୁବକ କମିଶନରେଟ ପୋଲିସ ଦ୍ବାରା ଗିରଫ ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଅଭିଜିତ ପ୍ରଧାନ ଗିରଫ, ଘର ଚକେଇସିଆଣିରେ। ଫେବୃୟାରୀ ୧୪ ସକାଳୁ ରାସ୍ତାରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ସିସିଟିଭିରେ କଏଦ ହୋଇଥିଲା ଅସଦାଚରଣର ଦୃଶ୍ୟ।