ସ୍କୁଲ୍ ବସକୁ ଧକ୍କା ଦେଲା ଟ୍ରକ୍; ୧୭ ଛାତ୍ରଛାତ୍ରୀ ଆହତ

Dec 2, 2024 - 18:16
 2
ସ୍କୁଲ୍ ବସକୁ ଧକ୍କା ଦେଲା ଟ୍ରକ୍; ୧୭ ଛାତ୍ରଛାତ୍ରୀ ଆହତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା କୋରିଆଁ ନିକଟରେ ଏକ ସ୍କୁଲ୍ ବସ୍ କୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାର ୧୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଘରୋଇ ସ୍କୁଲର ବସ୍ ପ୍ରାୟ ୩୦ ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିଲା। ଆହତ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ସମସ୍ତ ଛାତ୍ରଛାତ୍ରୀ ଷଷ୍ଠ ରୁ ଦଶମ ହୋଇଥିବା ସୂଚନା ମିଳିଛି।