ଭିନ୍ନକ୍ଷମ ସରକାରୀ କର୍ମଚାରୀ ମାନଙ୍କୁ ପଦୋନ୍ନତିରେ ୪ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ନେଇ ସର୍ବୋଚ୍ଚ ନ୍ଯାୟାଳୟଙ୍କ ନିର୍ଦ୍ଦେଶକୁ ତୁରନ୍ତ ପାଳନ କରିବାକୁ ଦାବି

Dec 2, 2024 - 18:15
 2

ଭୁବନେଶ୍ୱର: ମାନ୍ଯବର ସର୍ବୋଚ୍ଚ ନ୍ଯାୟାଳୟଙ୍କ ୨୦୧୭ର ନାଗରିକ ଆବେଦନ ସଂଖ୍ଯା ୧୯୭୬ ରାୟକୁ ଆଧାର କରି ୨୦୨୦ରେ ଦାଖଲ ହୋଇଥିବା ବିବିଧ ଆବେଦନ ସଂଖ୍ଯା ୨୧୭୧ ଶୁଣାଣିରେ ଭିନ୍ନକ୍ଷମ ସରକାରୀ କର୍ମଚାରୀ ମାନଙ୍କୁ ପଦୋନ୍ନତିରେ ୪ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ପାଇଁ କେନ୍ଦ୍ର ଓ ରାଜ୍ଯ ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ତଦନୁଯାୟୀ ଭାରତ ସରକାରଙ୍କ କାର୍ମିକ ନିୟୋଜନ ଓ ପ୍ରଶିକ୍ଷଣ ବିଭାଗର ଅଧିସୂଚନା ସଂଖ୍ଯା DOPT OM NO - 36012/2020- EStt - (Ress-II - II) Dtd - 17 05 _ 2022 ।। DOPT OM NO - 36012/2020 , Estt (Ress-II ) Dtd - 28/12/2023 । ମାନଙ୍କୁ ଜାରିକରିିଥିବା ଭିନ୍ନକ୍ଷମ ସରକାରୀ କର୍ମଚାରୀ ମାନଙ୍କୁ ପଦୋନ୍ନତୀକନ ସୁନିଶ୍ଚିତ କରିଛନ୍ତି ଏହି ବ୍ଯବସ୍ଥା ୩୦/୦୬/୨୦୨୪ଠା ଠାରୁ ପଛୁଆ ଭାବେ କାର୍ଯ୍ଯ୍ଯକାରୀ କରିବା ପାଇଁ ଅଙ୍ଗିକାର ବଦ୍ଧ ହୋଇଛନ୍ତି । ଓଡିଶାରେ ବ୍ଯତୀତ ଦେଶର ଦେଶର ଅନ୍ଯ ରାଜ୍ଯ ଓ କେନ୍ଦ୍ର ଶାସିତ ସରକାରମାନେ ମଧ୍ଯ ଏଥିପାଇଁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରିକରି କରି ସାରିଛନ୍ତି । ଓଡିଶା ରେ ଏହି ବ୍ଯବସ୍ଥା କାର୍ଯ୍ଯକାରୀ ନହେବା ଯୋଗୁଁ ୧୯୯୬ ନ ମସିହା ଠାରୁ ରାଜ୍ଯ ସରକାରୀ ଭିନ୍ନ କର୍ମଚାରୀ ମାନେ ପଦୋନ୍ନତିରେ ୪ ପ୍ରତିଶତ ସ୍ଥାନ ସଂରକ୍ଷଣ ସାମ୍ବିଧାନିକ ବ୍ଯବସ୍ଥା ଅନୁଯାୟୀ ସୁଫଳ ପାଇପାରୁ ନାହାଁନ୍ତ। ଏଥି ସମ୍ବଦ୍ଧରେ ବିଗତ ସରକାରଙ୍କୁ ବାରମ୍ବାର ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ଅଦ୍ଯାବଧି ଏହା ଲାଲ ସ୍ଯାହି ଫିତା ମାଧ୍ଯମରେ ବନ୍ଧ ହୋଇ ରହିଛି । ଓଡିଶା ସରକାରଙ୍କର ମାନ୍ଯବର ଇଚ୍ଚ ନ୍ଯାୟଳୟର CWP( c) No - 16512 to to 20)ରେ ସରକାରୀ ଭିନ୍ନକ୍ଷମ କର୍ମଚାରୀ ମାନଙ୍କୁ ପଦୋନ୍ନତୀ ପାଇଁ ସହମତି ପ୍ରକାଶ କରି ସତ୍ଯପାଠ ଦାଖଲ କରିଥିଲେ ଓ ମାନ୍ଯବର ଉଚ୍ଚ ନ୍ଯାୟଳୟ ସରକାରୀ ଭିନ୍ନକ୍ଷମ କର୍ମଚାରୀ ମାନଙ୍କୁ ପଦୋନ୍ନତୀ ରେ ୪ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ୩ମାସ ମଧ୍ଯରେ ବିଙ୍ଗବପ୍ତି ଜାରି କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ପରିତାପର ବିଷୟ ଏହିକି ଯେ ଏହି ଅବଧି ୩୦ ଅପ୍ରେଲ ୨୦୨୪ ଠାରୁ ଚାଲି ଯାଇଥିଲେ ମଧ୍ୟ ଅଦ୍ଯାବଧି ସୁଧା ବିଭାଗ ତରଫରୁ କୌଣସି ଅଧିସୂଚନା ଜାରି ହେଲା ନାହିଁ । ତେଣୁ ସର୍ବୋଚ୍ଚ ନ୍ଯାୟାଳୟଙ୍କ ନିର୍ଦ୍ଦେଶକୁ ତୁରନ୍ତ ପାଳନ କରିବାକୁ ଦାବି କରିଛନ୍ତି ଭିନ୍ନକ୍ଷମ ସରକାରୀ କର୍ମଚାରୀ।