ହାର୍ଡକୋର୍ ମାଓବାଦୀ ନିହତ
କନ୍ଧମାଳ: କନ୍ଧମାଳ ଜିଲ୍ଲା କାକେରକୁପା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ହାର୍ଡକୋର ମାଓବାଦୀ ଦାସୁରୁ ନିହତ ହୋଇଥିବା ଜଣାପଡ଼ିଛି। ଦାସୁରୁ ମୁଣ୍ଡରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର। ସୁରକ୍ଷାକର୍ମୀ ଓ ଦାସୁରୁ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୂଚନା ଅନୁଯାୟୀ ୨୦ ରୁ ଅଧିକ ମାମଲାରେ ସମ୍ପୃକ୍ତ ଥିଲା ଦାସୁରୁ। ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି।