ଦୁର୍ଘଟଣା ପରେ ଗାଡ଼ିରୁ ଗଞ୍ଜେଇ ଜବତ
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଚଚରାଭଟା ଗାଁ ନିକଟରେ ଏକ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଗଞ୍ଜେଇ ଜବତ ହୋଇଛି। ଏକ ଦୋକାନକୁ ପିଟିଲା ଗଞ୍ଜେଇ ଭର୍ତ୍ତି ବୋଲେରୋ। ଏଥିରେ ଗାଡ଼ିର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଗାଡ଼ିରୁ ୩ କ୍ୟୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଛତିଶଗଡ଼କୁ ଚାଲାଣ ହେଉଥିଲା ଗଞ୍ଜେଇ।