ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ

Nov 29, 2024 - 20:59
 57
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର: ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଆୟୋଜିତ ଏକ ସଭାରେ ସମ୍ବିଧାନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ମୋର ନମସ୍କାର ଏବଂ ଜୁହାର। ବାବା ଲିଙ୍ଗରାଜଙ୍କ ପବିତ୍ର ମାଟିକୁ ଆସିବାର ସୌଭାଗ୍ୟ ମିଳିଛି। ମହାପ୍ରଭୂ ଜଗନ୍ନାଥଙ୍କୁ ପ୍ରଣାମ କରୁଛି। ଦିଲ୍ଲୀରେ ଆୟୋଜିତ ହୋଇଥିବା ଓଡ଼ିଆ ପର୍ବକୁ ପ୍ରଶଂସା କରି ମୋଦି କହିଲେ ଯେ ଓଡ଼ିଶାବାସୀଙ୍କ ଭଲ ପାଇବା ମୋ ପାଇଁ ସ୍ମରଣୀୟ।

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମୋଦି।