ନନ୍ଦନକାନନ କର୍ମଚାରୀଙ୍କୁ ଆକ୍ରମଣ ଓ ଭଙ୍ଗାରୁଜା ଅଭିଯୋଗ; ୨ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନର କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି। ଉପ ନିର୍ଦ୍ଦେଶକଙ୍କ ଅଫିସରେ ପଶି ୨ ଦୁର୍ବୃତ୍ତ ଭଙ୍ଗାରୁଜା କରିଥିଲେ। ବିଳମ୍ବିତ ରାତିରେ ଉଭୟଙ୍କୁ ଗିରଫ କଲା ନନ୍ଦନକାନନ ପୋଲିସ। ଅଫିସ ଭିତରେ ପଶି କମ୍ପ୍ୟୁଟର, ଟିଭି, ଲାପଟପ, ପ୍ରିଣ୍ଟର ଓ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା, କର୍ମଚାରୀଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ନନ୍ଦନକାନନ ହସ୍ପିଟାଲରେ ମଧ୍ୟ ଭଙ୍ଗାରୁଜା କରିଥିବା ସୂଚନା।