ଭୁବନେଶ୍ୱର ବିମାନବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ

May 1, 2024 - 00:22
 9
ଭୁବନେଶ୍ୱର ବିମାନବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ନଗଦ ୭୫ ଲକ୍ଷ ଟଙ୍କା। ଦୁଇ ଜଣ ବ୍ୟକ୍ତିଙ୍କ ଲଗେଜ୍ ବ୍ୟାଗ୍ ଯାଞ୍ଚ ବେଳେ ମିଳିଲା ଟଙ୍କା। ଜଣେ ବ୍ୟକ୍ତି ଦିଲ୍ଲୀରୁ ଆସିଥିବା ବେଳେ ଅନ୍ୟ ଜଣେ ଚେନ୍ନାଇରୁ ଆସିଥିବା ସୂଚନା ମିଳିଛି। ଟଙ୍କା ଜବତ କରି ତଦନ୍ତ ଆରମ୍ଭ କରିଛି ଆୟକର ବିଭାଗ। ଦିଲ୍ଲୀରୁ ଆସିଥିବା ବ୍ୟକ୍ତିଙ୍କ ବ୍ୟାଗ୍ ରୁ ମିଳିଲା ୫୦ ଲକ୍ଷ ଓ ଚେନ୍ନାଇରୁ ଆସିଥିବା ବ୍ୟକ୍ତିଙ୍କ ବ୍ୟାଗ୍ ରୁ ଜବତ ହେଲା ୨୫ ଲକ୍ଷ ଟଙ୍କା।