ଭୁବନେଶ୍ଵରରେ ଦୁର୍ଘଟଣା; ଜଣେ ମୃତ, ୧୫ରୁ ଅଧିକ ଆହତ

ଭୁବନେଶ୍ୱର: ଭୁବନେଶ୍ଵରରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ, ୧୫ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ସିଫା ଛକ ନିକଟରେ ଭାରସାମ୍ୟ ହରାଇ ନାଳ ଭିତରକୁ ପଶିଯାଇଛି ବସ୍। ସମସ୍ତ ଆହତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ବସ୍ରେ ୬୫ରୁ ଅଧିକ ପର୍ଯ୍ୟଟକ ଥିଲେ। ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଡ୍ରାଇଭରଙ୍କ ଆଖି ଲାଗିଯାଇଥିବାରୁ ଦୁର୍ଘଟଣା ଘଟିଥିବା ସୂଚନା । ଇସ୍କନ ସହାୟତାରେ ବାଂଲାଦେଶରୁ ଆସିଥିଲେ ପର୍ଯ୍ୟଟକ।