ସଫଳତାର ସହ ଚନ୍ଦ୍ରରେ ପାଦ ଦେଲା ଚନ୍ଦ୍ରୟାନ-୩

Aug 23, 2023 - 13:51
Aug 24, 2023 - 13:50
 7
ସଫଳତାର ସହ ଚନ୍ଦ୍ରରେ ପାଦ ଦେଲା ଚନ୍ଦ୍ରୟାନ-୩
ସଫଳତାର ସହ ଚନ୍ଦ୍ରରେ ପାଦ ଦେଲା ଚନ୍ଦ୍ରୟାନ-୩

ଭୁବନେଶ୍ୱର : ସଫଳତାର ସହ ଚନ୍ଦ୍ରରେ ପାଦ ଦେଲା ଚନ୍ଦ୍ରୟାନ-୩। ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରୟାନ ୩ । ବିଶ୍ୱର ପ୍ରଥମ ଦେଶ ଭାବେ ଇତିହାସ ଚନ୍ଦ୍ରର ଦକ୍ଷିଣ ମେରୁରେ ରଚିଲା ଭାରତ । ସାରା ବିଶ୍ୱକୁ ଦେଖାଇଲା ଭାରତ ତାର ଦମ୍ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକା ରୁ ଭିଡିଓ କନଫରେନ୍ସ ରେ ଯୋଡି ହୋଇ କହିଛନ୍ତି,ଏ କ୍ଷଣ ଅବିସ୍ମରଣୀୟ |ଭାରତର ଚନ୍ଦ୍ର ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବକ୍ତବ୍ୟ ରଖି କହିଛନ୍ତି,ଆଜି ଭାରତ ନୂଆ ଇତିହାସ ରଚିଲା‘ଆଜି ସାରା ଭାରତରେ ଉତ୍ସବର ମାହୋଲ’|ଆମ ବୈଜ୍ଞାନିକଙ୍କ ପାଇଁ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ପାରିଛି| ଯେଉଁଠି ସାରା ବିଶ୍ୱର କେହି ପହଞ୍ଚିନଥିଲେ, ଆମେ ପହଞ୍ଚିଲେ|ଆଜି ପରେ ଚନ୍ଦ୍ରକୁ ନେଇ ଅନେକ ଭ୍ରାନ୍ତ ଧାରଣା ବଦଳି ଗଲା|