ଟ୍ରକ୍ ତଳେ ଚାପି ହୋଇ ୫ ବର୍ଷର ପୁଅ ମୃତ, ବାପା ଓ ଆଈ ଗୁରୁତର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରରୁଆଁ ଛକରେ ଟ୍ରକ୍ ତଳେ ଚାପି ହୋଇ ୫ ବର୍ଷ ପୁଅର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ତାଙ୍କ ବାପା ଓ ଆଈ ଗୁରୁତର ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ବାଇକ୍ ରୁ ଖସିପଡ଼ି ଚାପି ହୋଇଗଲେ। କ୍ଷତିପୂରଣ ଓ ଜାତୀୟ ରାଜପଥ ମରାମତି ଦାବିରେ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ।