ଭାସିଯାଇଥିବା କାର୍ ରୁ ଦୁଇ ଜଣ ଉଦ୍ଧାର

ପାରାଦୀପ: ଭାସିଯାଇଥିବା ଏକ କାର୍ ରୁ ଦୁଇ ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଜଗତସିଂହପୁର ଜିଲ୍ଲା ରାହମା- ହରିପୁର ରାସ୍ତାରେ ଉଛୁଳା ବନ୍ୟପାଣିରେ ରାସ୍ତା ପାର ହେଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇଥିଲା କାର୍। କାର୍ ଟି ଭାସିଯାଇ ଏକ ଗଛରେ ଲାଗିବାରୁ ଜଣେ ଗଛକୁ ଚଢ଼ିଯାଇଥିଲେ। ଅନ୍ୟ ଜଣେ କାର୍ ଉପରେ ଚଢ଼ି ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। କାର୍ ଟି ୧୦୦ ମିଟର ପର୍ଯ୍ୟନ୍ତ ଭାସିବା ପରେ ଏକ ଶାହାଡ଼ା ଗଛରେ ଲାଗି ଯାଇଥିଲା। ଉଭୟଙ୍କୁ ଉଦ୍ଧାର କଲେ ତିର୍ତ୍ତୋଲ ଅଗ୍ନିଶମ କେନ୍ଦ୍ର କର୍ମଚାରୀ।