ଓଡ଼ିଶା ହାଇସ୍କୁଲ ଶିକ୍ଷକ ଘର ପାଇଁ ପାଇବେ ଟଙ୍କା

Nov 8, 2024 - 21:12
 4

ଭୁବନେଶ୍ୱର: ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ପାଇଁ ଦେବେ ଅଗ୍ରୀମ ଟଙ୍କା ଦେବେ ଓଡ଼ିଶା ସରକାର । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଡିଇଓଙ୍କୁ ଚିଠି କରାଯାଇଛି। ନୂଆ ଜମି ଓ ଘର କିଣିବା ପାଇଁ ମଧ୍ୟ ମିଳିବ ଅଗ୍ରୀମ ଟଙ୍କା। ଏସବୁ ପାଇଁ ଆବେଦନକାରୀଙ୍କୁ ତଥ୍ୟ ପ୍ରଦାନ ପାଇଁ କୁହାଯାଇଛି। ନୂଆ ଜମି କ୍ରୟ ପାଇଁ ଆବେଦନ କରିଥିବା ଶିକ୍ଷକ ତଥ୍ୟ ଦେବେ। ଜମିର ମୂଲ୍ୟ ଓ ବିକ୍ରେତାଙ୍କ ଏଗ୍ରିମେଣ୍ଟକୁ ମଧ୍ୟ ଦାଖଲ କରିବେ।