ଓଡ଼ିଶାରେ ଟିମ୍ କୋରିଆ, ଚାଲିଛି ଅନୁଧ୍ୟାନ ଆସିପାରେ ନିବେଶ
ଭୁବନେଶ୍ୱର: ଓଡ଼ିଶାରେ ଟିମ୍ କୋରିଆ । ଆଗକୁ ଓଡିଶାରେ କୋରିଆର ନିବେଶ ସଂମ୍ଭାବନା । ଟିମ୍ କୋରିଆ ନାମକ ଏକ କୋରିଆ ମିଶନ୍, ରିପବ୍ଲିକ୍ ଅଫ୍ କୋରିଆ ଦୂତାବାସ, କୋରିଆ ବାଣିଜ୍ୟ-ବିନିଯୋଗ ପ୍ରୋତ୍ସାହନ ଏଜେନ୍ସି (କୋଟ୍ରା), କୋରିଆ ଏସଏମଇ ଏବଂ ଷ୍ଟାର୍ଟଅପ୍ ଏଜେନ୍ସି (କୋଏସ୍ଏମ୍ଇ), ଆନ୍ତର୍ଜାତୀୟ ଅର୍ଥନୀତି ପଲିସି ଅନୁଷ୍ଠାନ, କୋରିଆ (KIEP), KOSMA- ଭାରତରେ ଥିବା କୋରିଆର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସଂଘ, K-SURE- କୋରିଆ ବାଣିଜ୍ୟ ବୀମା କର୍ପୋରେସନ୍ ଏବଂ ଇନଭେଷ୍ଟ ଇଣ୍ଡିଆ, କୋରିଆ ପ୍ଲସ୍ ର ପ୍ରତିନିଧି ଓ ବରିଷ୍ଠ କର୍ମକର୍ତ୍ତା ମାନେ ଭୁବନେଶ୍ୱରେ ଓଡିଶା ସରକାରଙ୍କ ଶିଳ୍ପ ବିଭାଗ ସହ ଆଲୋଚନା କରିଛନ୍ତି । ରିପବ୍ଲିକ ଅଫ୍ କୋରିଆର ସହଭାଗିତା, ଶିଳ୍ପ ସହଯୋଗୀ ଇପିକଲ୍ ର ମିଳିତ ସହଯୋଗରେ କୋଟ୍ରା ଦ୍ୱାରା ଭୁବନେଶ୍ୱରରେ ଆୟୋଜିତ ହୋଇ ଯାଇଛି ଏକ ଆନ୍ତର୍ଯ୍ୟାତିକ ଆଲୋଚନାଚକ୍ର “କୋରିଆ-ଭାରତ ଔଦ୍ୟଗୀୟ ସାମାଜିକ କର୍ତ୍ତବ୍ୟ ,ଅର୍ଥନୈତିକ ସହଯୋଗ । ଏଥିରେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ, ପ୍ରମୁଖ ସଚିବ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାର, ଶ୍ରୀଯୁକ୍ତ ଭୁପେନ୍ଦ୍ର ସିଂ ପୁନିଆ , ପରିଚାଳନା ନିର୍ଦ୍ଦେଶକ ଇଡକୋ ଏବଂ ଇପିକଲ୍ , ଏମ୍ ଡି ସାଦିକ୍ ଆଲମ୍ ନିର୍ଦ୍ଦେଶକ ଶିଳ୍ପ ବିଭାଗ, ଓଡିଶା ସରକାର, ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା, ନିର୍ଦ୍ଦେଶକ, ସାମାଜିକ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଏ ଆଲୋଚନା ଚକ୍ରର ମୂଳ ଉଦ୍ଦେଶ୍ୟ ଥିଲା ଓଡିଶା ଏବଂ କୋରିଆ ମଧ୍ୟରେ ପାରସ୍ପରିକ ଅର୍ଥନୈତିକ ସହଯୋଗ ବୃଦ୍ଧି କରିବା। ଭାରତ ଏବଂ କୋରିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ୫୦ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରି ରଖିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ | କୋରିଆର ଦୂତାବାସ ଟିମ୍ କୋରିଆ ସଦସ୍ୟମାନଙ୍କ ସହିତ ଭାରତ ଏବଂ କୋରିଆର ପ୍ରମୁଖ କମ୍ପାନୀଗୁଡିକ ସହିତ ନିବେଶ ପାଇଁ ଥିବା ସୁଯୋଗକୁ ବାଣ୍ଟିବା ହେଉଛି ଏ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ । କୋରିଆ ଦୂତାବାସର ବାଣିଜ୍ୟିକ ପରାମର୍ଶଦାତା ଶ୍ରୀ ସଙ୍ଗଜୋଙ୍ଗ ସି ଏଚ୍ ଓ କହିଛନ୍ତି, ମୁଁ ନିଶ୍ଚିତ ଯେ ଆଇଟି, ନବୀକରଣ ଯୋଗ୍ୟ, ଅଙ୍ଗାରକାମ୍ଳ ବିହିନ, ବ୍ୟାଟେରି ଚାଳିତ ଯାନ, ବିମାନ ଚଳାଚଳ ଇତ୍ୟାଦି ସମେତ ଓଡିଶା ସରକାର ଧ୍ୟାନ ଦେଉଥିବା ସମସ୍ତ ଶିଳ୍ପ ବେଶ୍ ବୃଦ୍ଧି ପାଇବ। “ଆମେ ଓଡ଼ିଶାକୁ ଭାରତର ସବୁଠାରୁ ବିକଶିତ ତଥା ଗତିଶୀଳ ରାଜ୍ୟ ଭାବେ ଦେଖିବାକୁ ଅପେକ୍ଷା କରିଛୁ। ଏ ଅବସରରେ ଶ୍ରୀଯୁକ୍ତ ଭୁପେନ୍ଦ୍ର ସିଂ ପୁନିଆ , ପରିଚାଳନା ନିର୍ଦ୍ଦେଶକ ଇଡକୋ ଏବଂ ଇପିକଲ୍, ବିସୃତ ଭାବେ ଓଡିଶାରେ ନିବେଶ ସୁଯୋଗ ଉପରେ ଆଲୋଚନା କରିଥିଲେ ଏବଂ କହିଥିଲେ ଓଡିଶା ହେଉଛି ବର୍ତ୍ତମାନ ସାରା ଭାରତରେ ନିବେଶ କରିବାର ସର୍ବଶ୍ରେଷ୍ଠ ସ୍ଥାନ । ଏ ଅବସରରେ ଔଦ୍ୟଗୀୟ ସାମାଜିକ ଦାୟିତ୍ୱବୋଧରେ ( CSR) ମାଧ୍ୟମରେ ଟିମ୍ କୋରିଆ ଓ ଭାରତୀୟ ସହାୟକ ଥିବା ଆଟୋମି ଇଣ୍ଡିଆ ନାମକ ଏକ କୋରିଆ କମ୍ପାନୀ କୋରିଆରୁ ଉତ୍ପାଦିତ ହୋଇଥିବା ପିଲାମାନଙ୍କ ପାଇଁ ଚାଦର, ସମେତ ବିଭିନ୍ନ ଉପକରଣ ଇତ୍ୟାଦି ଓଡିଶାର ବଞ୍ଚିତ ସମ୍ପ୍ରଦାୟ ପାଇଁ ଦାନ କରିଥିଲେ।