ପଞ୍ଚୁକ ପାଇଁ ପୁରୀରେ ମୁତୟନ ହେବେ ୩୮ ପ୍ଲାଟୁନ ଫୋର୍ସ
ପୁରୀ: ପଞ୍ଚୁକରେ ହବିଷ୍ୟାଳିଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପଞ୍ଚୁକ ପାଇଁ ପୁରୀରେ ମୁତୟନ ହେବେ ୩୮ ପ୍ଲାଟୁନ ପୋଲିସ ଫୋର୍ସ। ପୁରୀ ଏସପି ବିନିତ୍ ଅଗ୍ରୱାଲ ସୂଚନା ଦେଇଛନ୍ତି ଯେ ଶ୍ରୀମନ୍ଦିର ବାହାରେ ଓ ଭିତରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ବ ଦିଆଯାଉଛି । ଚଳିତ ବର୍ଷ ୫ ଦିନ ପରିବର୍ତ୍ତେ ୪ ଦିନ ପଡୁଛି ପଞ୍ଚୁକ ବ୍ରତ।