ମହା ଶିବରାତ୍ରୀ

ଆଜି ପରା ଏ ଜାଗର ରାତ୍ରୀ ମହା ଶିବରାତ୍ରୀ, ଜାଳିବା ମନ୍ଦିରେ ଦୀପଧୂପ ବହୁ ଦୀପଜ୍ୟୋତି ll ହେ ବାବା ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଆହେ ନାଗେଶ୍ଵର ଗଳାରେ ତୁମ ଯେ ଶୋଭା ପାଏ ଭୁଜଙ୍ଗର ମାଳ ll ପାରି କର ଏ ଭବ ସାଗରୁ ଆହେ ହରହର ହେ ପ୍ରଭୂ ଉମା ପାର୍ବତୀ ପତି କୃପା ଦିଅ ଭର ll ତୁମ ଚରଣେ କୋଟି ପ୍ରଣତି ଆହେ ଭୋଳେଶ୍ୱର ତୁମେ ଅଟ ସତ୍ୟ ଓ ସୁନ୍ଦର ହେ ପାର୍ବତୀ ବର ll ଦିଅ କୋପେ ବର ତୋପେ ବର ହେ ଶିବ ଶଙ୍କର ତୁମ ପାଦେ ଏ ମସ୍ତକ ମୋର ମୋତେ କୃପା କର ll
ତ୍ରିନାଥ ପଟ୍ଟନାୟକ (ଯୁବ ଅଧ୍ୟାପକ ତଥା କବି) ଗ୍ରାମ :ଗାନ୍ଧୀ ନଗର ପୋ:/ଜିଲ୍ଲା-କୋରାପୁଟ ମୋ:9438362172