ଭୁବନେଶ୍ୱର ପାର୍ଟସ ଦୋକାନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ଥିବା କେକେ ଟ୍ରେଡିଂ ଏବଂ ସୁପ୍ରିମ୍ ମେସିନାରୀ ଆଣ୍ଡ ଟୁଲ୍ସ ଭଳି ଦୁଇଟି ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଦମକଳ ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା କୁହାଯାଉଛି । ନିଆଁର ପ୍ରକୋପ ଏତେ ରହିଥିଲା ଯେ, ଗୋଟିଏ ପରେ ଗୋଟିଏ ଦୋକାନକୁ ନିଆଁ ବ୍ୟପିଥିଲା । ହେଲେ ଅଗ୍ନିଶମ ବାହିନୀ ଦ୍ଵାରା ନିଆଁ ସମ୍ପୂର୍ଣ ଆୟତ୍ତକୁ ଆସିଥିବା ସୂଚନା ମିଳିଛି ।