୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ସ୍ବାସ୍ଥ୍ୟ ବିମା
ଭୁବନେଶ୍ୱର: ଆୟୁଷ୍ମାନ ଯୋଜନାରେ ସାମିଲ ହେବେ ୭୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି। ଏନେଇ ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନିଷ୍ପତି ନିଆଯାଇଛି। ସୂଚନା ଅନୁଯାୟୀ, ୬ କୋଟି ବରିଷ୍ଠ ନାଗରିକ ପାଇବେ ଏହି ସୁବିଧା। ୫ ଲକ୍ଷ ଟଙ୍କା ଯାଏଁ ମିଳିବ ମାଗଣା ଚିକିତ୍ସା ସୁବିଧା। ଭାରତର ସାଢେ଼ ୪ କୋଟି ପରିବାର ପାଇବେ ଲାଭ।