ରଥଯାତ୍ରାରେ ଡ୍ରୋନ୍ ମନା

ପୁରୀ: ପୁରୀରେ ରଥଯାତ୍ରା ବେଳେ ଡ୍ରୋନ୍ ଉଡ଼ାଣ ଉପରେ ଲାଗିଲା କଟକଣା। ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ପୁରୀ ପୋଲିସ। ୩ ରଥ ପାଖରେ ଓ ଗୁଣ୍ଡିଚା ମନ୍ଦିର ଉପରେ ମଧ୍ୟ ଉଡ଼ାଣ ମନା। ଶ୍ରୀଜଗନ୍ନାଥ ମନ୍ଦିର ରେଡ୍ ଜୋନ୍ରେ ଯାଉଛି, ଏଣୁ ବିନା ଅନୁମତିରେ କେହି ଡ୍ରୋନ ଉଡ଼ାଇ ପାରିବେ ନାହିଁ।