ଓଡ଼ିଶା କ୍ୟାବିନେଟ ବୈଠକରେ ୬ ପ୍ରସ୍ତାବକୁ ମିଳିଲା ଅନୁମୋଦନ
ଭୁବନେଶ୍ୱର: ଆଜି ଭୁବନେଶ୍ୱର ଲୋକସେବା ଭବନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ୬ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି। ଏହା ସହିତ ସୁଭଦ୍ରା ଯୋଜନାର ସଂଶୋଧନକୁ ମଞ୍ଜୁରୀ ମିଳିଛି। ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ପୁନଃବିଚାର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି, ସୁଭଦ୍ରା' ଯୋଜନାରେ ସଂଶୋଧନ ପାଇଁ କ୍ୟାବିନେଟ ନିଷ୍ପତି ହୋଇଛି। ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ସାନି ବିଚାର କରାଯିବ। ଏୟାବତ ମୋଟ୍ ୧ କୋଟି ୨ ଲକ୍ଷ ଆବେଦନ ଆସିଛି। ୬୦ ଲକ୍ଷ ସୁଭଦ୍ରା ହିତାଧିକାରୀ ଟଙ୍କା ପାଇ ସାରିଛନ୍ତି। ବୈଠକରେ ଜିଏସଟି ଆକ୍ଟରେ ସଂଶୋଧନ, ବିଧାନସଭା ଅଧିବେଶନ ନ ଥିବାରୁ ଅଧ୍ୟାବେଶକୁ ମଞ୍ଜୁରି ମିଳିଛି। ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ (ସର୍ବନିମ୍ନ ସହାୟକ ମୂଲ୍ୟ) ୩୧୦୦ ଟଙ୍କା ବୃଦ୍ଧିକୁ ମଞ୍ଜୁରୀ ଦିଆଯାଇଛି। ଏ ନେଇ ୧୭ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଏୟାର ସଂଯୋଗୀକରଣ ବଢାଇବାକୁ ନିଷ୍ପତ୍ତି ହୋଇଛି। ସବସିଡି ପୋଲିସ ଓ ଓପିଏସସି ଅଧ୍ୟକ୍ଷ ନିଯୁକ୍ତିକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଖାଦ୍ୟ ଓ ଧାନ ସଂଗ୍ରହ ନୀତି ୨୦୨୪-୨୫କୁ ଅନୁମୋଦନ ମିଳିଛି। ୮୦ ଲକ୍ଷ ମେଟ୍ରିକ ଟନ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ମୁଖ୍ୟ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି।