ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

Apr 10, 2024 - 17:34
 43
ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି: ଆଜି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ନୂଆ ବସ୍ ଷ୍ଟାଣ୍ଡକୁ ବିରୋଧ କରି ବନ୍ଦ ଡାକରା ଦେଇଛି କଣ୍ଟାବାଞ୍ଜି ନଗର କମିଟି। କମିଟି ପକ୍ଷରୁ ପୁରୁଣା ବସ୍ ଷ୍ଟାଣ୍ଡର ଉନ୍ନତିକରଣ ପାଇଁ ମଧ୍ୟ ଦାବି କରାଯାଇଛି। ବନ୍ଦ ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି। ଜରୁରୀ ସେବା ଓ ଶିକ୍ଷା ଅନୁଷ୍ଠାନକୁ ବନ୍ଦରୁ ବାଦ୍ ଦିଆଯାଇଛି।