ଯୁବତୀଙ୍କୁ ବ୍ଲାକମେଲ କରି ନକଲି ନୌସେନା ଅଧିକାରୀ ଗିରଫ
ଭୁବନେଶ୍ୱର: ଯୁବତୀଙ୍କୁ ବ୍ଲାକମେଲ କରି ଜଣେ ନକଲି ନୌସେନା ଅଧିକାରୀ ଗିରଫ ହୋଇଥିବା ସୂଚନା। ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ପତିପୁର ଗାଁର ସୌମ୍ୟରଞ୍ଜନ ମିଶ୍ରଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ୍। ଯୁବକ ଜଣକ ଏକ ମାଟ୍ରିମୋନିଆଲ ସାଇଟ୍ ରେ ନିଜକୁ ଭାରତୀୟ ନୌସେନା ଅଧିକାରୀ ପରିଚୟ ଦେଇ ଏକ ପ୍ରୋଫାଇଲ୍ ତିଆରି କରିଥିଲେ। ଏହା ପ୍ରତି ଆକୃଷ୍ଟ ହୋଇ ଭୁବନେଶ୍ୱରର ଜଣେ ଯୁବତୀ ଓ ତାଙ୍କ ପରିବାର ଲୋକେ ବାହାଘର ପ୍ରସ୍ତାବ ରଖିଥିଲେ। ପରେ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲା ଅଭିଯୁକ୍ତ। ଭିଡିଓ ଭାଇରାଲ ନକରିବାକୁ ଯୁବତୀଙ୍କ ଠାରୁ ସେ ୫୦,୦୦୦ ଟଙ୍କା ମଧ୍ୟ ନେଇଥିଲା। ଏହା ସତ୍ତ୍ୱେ ମଧ୍ୟ ସେ ଭିଡିଓ ଭାଇରଲ କରିଦେଇଥିଲା। ସୌମ୍ୟରଞ୍ଜନ ଠାରୁ କାର୍, ଲାପଟପ୍ ଓ ମୋବାଇଲ୍ ଫୋନ୍ ଜବତ କରାଯାଇଛି।