ରାଜ୍ୟରେ ଅଂଶୁଘାତରେ ୩୬୭ ଆକ୍ରାନ୍ତ, ୨ ମୃତ
ଭୁବନେଶ୍ୱର: ଓଡ଼ିଶାରେ ବୃଦ୍ଧି ପାଉଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସୁଦ୍ଧା ୩୬୭ ଅଂଶୁଘାତ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ସୁନ୍ଦରଗଡ଼ରେ ୬୦, ମୟୂରଭଞ୍ଜରେ ୫୦ ରୋଗୀ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ଅଂଶୁଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା। ଅଂଶୁଘାତରୁ ସତର୍କ ରହିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି। ଅତ୍ୟଧିକ ଖରା ଯୋଗୁଁ ହୋଇପାରେ ସନବର୍ଣ୍ଣ ଭଳି ଚର୍ମ ରୋଗ। ତେଣୁ ପିକ ଆୱାରରେ ଘରେ ରହିବା ପାଇଁ ସେ ଜନସାଧାରଣଙ୍କୁ ଉପଦେଶ ଦେଇଛନ୍ତି। ଖରାରେ ଛୋଟ ପିଲା, ବୃଦ୍ଧ, ଗର୍ଭବତୀ ମହିଳାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।