କେନ୍ଦୁଝରରେ ଏଟିଏମ୍ ଲୁଟ୍ ଉଦ୍ୟମ ବିଫଳ
ଯୋଡ଼ା: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଚିମିଲା ଏଟିଏମ୍ ରୁ ଲୁଟ୍ ଉଦ୍ୟମ ବିଫଳ ହୋଇଛି। ଏକ ବୋଲେରୋରେ ୪ ରୁ ୫ ଜଣ ଦୁର୍ବୃତ୍ତ ଆସି ଏଟିଏମ୍ ଲୁଟିବା ଉଦ୍ୟମ କରୁଥିଲେ। ସ୍ଥାନୀୟ ଲୋକଙ୍କ ପାଟି ଶୁଣି ଦୁର୍ବୃତ୍ତ ମାନେ ଫାଙ୍କା ଗୁଳି ଚାଳନା କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ତେବେ ଦୁର୍ବୃତ୍ତ ଏଟିଏମ୍ ରେ ଥିବା ବ୍ୟାଟେରୀ ନେଇଯାଇଥିବା କହିଛନ୍ତି ଲୋକେ।