ମାଟ୍ରିକ ପରୀକ୍ଷାରେ ବିଭ୍ରାଟକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ

Feb 25, 2024 - 23:49
 7

ଭୁବନେଶ୍ୱର: ମାଟ୍ରିକ ବିଭ୍ରାଟକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ। ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଭୁବନେଶ୍ୱର ବାସଭବନ ଘେରିଲେ କଂଗ୍ରେସ କର୍ମୀ। ମାଟ୍ରିକ ପରୀକ୍ଷା ତ୍ରୁଟି ପାଇଁ ପୁରୀ ଶିକ୍ଷାଧିକାରୀଙ୍କ ତରଫରୁ କାର୍ଯ୍ୟାନୁଷ୍ଠନ ନିଆଯାଇଛି। କାକଟପୁର ବ୍ଲକ୍ ମୂତୁଣିଆ ୟୁଜିଏମସ୍ ବିଦ୍ୟାପୀଠର ସୁପରିଟେଣ୍ଡେଣ୍ଟଙ୍କ ସମେତ ସବୁ ପରୀକ୍ଷା ପରିଚାଳକଙ୍କୁ କର୍ଯ୍ୟାନ୍ତର କରାଯାଇଛି। ପରୀକ୍ଷାର୍ଥୀଙ୍କୁ ସହଯୋଗ କରିବା ଅଭିଯୋଗରେ କର୍ଯ୍ୟାନ୍ତର କରାଯାଇଛି।