ଜାଭିୟର ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

Dec 8, 2023 - 18:27
 9
ଜାଭିୟର ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଜାଭିୟର ପ୍ରବନ୍ଧନ ପ୍ରତିଷ୍ଠାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ କରିଛି I ଏହି ବିଶ୍ୱବିଦ୍ୟାଳୟ ସର୍ବଦା ସମାଜ ଚାହିଦା ମୁତାବକ ଗୁଣବତ୍ତା ଶିକ୍ଷା ଓ ବୈଶ୍ବିକ ସ୍ତରରେ ସ୍ଥିର ଓ ସ୍ଥାୟୀ ସଂଗଠନ ସ୍ଥାପନରେ ସାହାଯ୍ୟକାରୀ ଶିକ୍ଷାଦାନ ପାଇଁ ନିରନ୍ତର ପ୍ରୟାସ ଜାରି ରଖୁଛି I ଭାରତର ଏହି ପ୍ରଥମ ଜେସୁଇଟ୍ କ୍ରିଷ୍ଟିୟାନ ବିଶ୍ବବିଦ୍ୟାଳୟର ଉନ୍ନତି ଓ ଉତ୍‌କ୍‌ରୂଷ୍ଟତାରେ ସମ୍ପୃକ୍ତ ସମସ୍ତ ଅଂଶୀଦାରଙ୍କ ଅବଦାନ ସ୍ମରଣୀୟ ଓ ପ୍ରଶଂସାହଁ । ବିଶ୍ବବିଦ୍ୟାଳୟ ପରିବାର ଓ ସାଦର ନିମନ୍ତ୍ରିତ ଅତିଥୁଗଣ ଆଜିର ମୁଖ୍ୟ ଅତିଥ୍ ଆପୋଲୋ ହସ୍ପିଟାଲ୍ଡ ଏଣ୍ଟରପ୍ରାଇଜ୍ ର ପରିଚାଳନା ନିର୍ଦ୍ଦେଶିକା ସୁନୀତା ରେଡିଙ୍କ ମୂଲ୍ୟବାନ ଅଭିଭାଷଣ ଶୁଣିବାର ଅବସର ପାଇଛନ୍ତି। ସେ ମହୋଦୟା ଏକ ବ୍‌ରୂହତ୍ ସ୍ଵାସ୍ଥ୍ୟସେବା ପ୍ରତିଷ୍ଠାନରେ ଦୀର୍ଘକାଳୀନ ପରିଚାଳନାଗତ ନେତ୍‌ରୂତ୍ଵର ସ୍ତ୍ରୀୟ ଅନୁଭବଭରୁ ସ୍ବାସ୍ଥ୍ୟସେବା ଶିଳ୍ପ,ନେତ୍‌ରୂତ୍ବ ଓ ପ୍ରବନ୍ଧନ ଉପରେ ଉଚ୍ଚକୋଟୀର ମତ ଓ ମନ୍ତବ୍ୟ ବିତରଣ କରିଥିଲେ ସେ କହିଥିଲେ ଯେ ବିଶ୍ବାସ ହେଉଛି ଶକ୍ତି ଏବଂ ଉଦ୍ଦେଶ୍ୟ ହେଉଛି ଜୀବନ ପଥ! ଆଜି, ଇନୋଭେସନ୍, ଗୋସ୍ତିଗତ କର୍ମ କୁଶଲତା ଏବଂ ସକ୍ରିୟତା ହେଉଛି ସଫଳତା ପାଇଁ ମନ୍ତ୍ର | ଏହି ଅବସରରେ ଶାସନ ପରିଷଦ ଅଧ୍ଯକ୍ଷ,ଫାଦର ଜେରୋମ କୁଟିକ୍ସା ଏସ୍ ଜେ, ଏମିରଟସ୍ ଅଧ୍ୟକ୍ଷ ଶ୍ରୀ ରାଜୀବ କାଉଲ, ଉପକୁଳପତି ଫାଦର ଆଛୋନୀ ଆର୍ ଉଭାରି,ଏସ୍ ଜେ, କୁଳସଚିବ ଫାଦର ଏସ୍ ଆଛୋନୀ ରାଜ୍ ଏବଂ ମୁଖ୍ୟ ଅର୍ଥ ଅଧିକାରୀ ଫାଦର ଭି ଆରୋକିଆ ଦାସ, ଏସ୍ ଜେ, ଶାସନ ପରିଷଦର ସମ୍ମାନୀୟ ସଦସ୍ୟଗଣ, ପ୍ରବୀଣ ଅଧ୍ୟାପନାମଣ୍ଡଳୀଙ୍କ ସାଗ୍ରହ ଉପସ୍ଥିତି ଉତ୍ସବକୁ ମହାନ ତାରେ ଭରି ଦେଇଛି। ସୁଖର ବିଷୟ ଯେ ସୁନୀତା ରେଡିଙ୍କୁ ଏହି ଅବସରରେ ବିଶ୍ବବିଦ୍ୟାଳୟ ଦ୍ବାରା ବ୍ୟବସାୟ ପ୍ରବନ୍ଧନରେ ସମ୍ମାନଜନକ ଡକ୍ଟରେଟ୍ ଉପାଧ୍ ଭୂଷିତ କରାଗଲା I / ଶ୍ରୀ ରାଜୀବ କାଉଲଙ୍କ ସ୍ବାଗତ ଭାଷଣ ସହ ଉତ୍ସବପାଳନ ଆରମ୍ଭ ହେଲା I ଦୀର୍ଘକାଳ ବିଶ୍ବସ୍ତ ସେବା ପ୍ରଦାନକାରୀ କର୍ମଚାରୀମାନଙ୍କୁ ସମ୍ବଦ୍ଧିତ କରିବା ଏହି ବିଶ୍ବବିଦ୍ୟାଳୟର ଏକ ଅନନ୍ୟ ପରମ୍ପରା I ଏ ବର୍ଷ ବି ନିଷ୍ଠାପର ଓ ଅନୁଗତ ସେବା ପାଇଁ କର୍ମଚାରୀମାନଙ୍କୁ ସମ୍ବନ୍ଧିତ କରି ବିଶ୍ବବିଦ୍ୟାଳୟ କର୍ମଚାରୀମହଲରେ ନିଷ୍ଠାପର ଓ ସାଧୁ କର୍ମକୁଶଳତାର ସ୍ୱୀକୃତି ସୂଚିତ କରାଗଲା I ଫାଦର ଏସ୍ ଆଛୋନୀ ରାଜ୍ ଧନ୍ୟବାଦ ଅର୍ପଣ ଅବସରରେ ବିଶ୍ବବିଦ୍ୟାଳୟ ପରିବାରର ସମଷ୍ଟି ଗତ ସାଧନା ଓ ସାଫଲ୍ୟ ଆମର ସଂହତି, ଗର୍ବ ଓ ସାମୂହିକ ରୂତିତ୍ବ ବୋଲି ଅଭିମତ ରଖୁଥିଲେ।