ଜ୍ଵର ରୋଗୀଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଯାଇଥିବା ଅଭିଯୋଗ

Apr 4, 2024 - 16:28
 6

ଭଦ୍ରକ: ଜଣେ ଥଣ୍ଡା ଜ୍ଵର ରୋଗୀଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ମେଡିକାଲରେ ପାଟିତୁଣ୍ଡ କରିଛନ୍ତି ରୋଗୀଙ୍କ ସଂପର୍କୀୟ। ଆଜି ସକାଳେ ମେଡିକାଲ ଆସିଥିବା ଜଣେ ବ୍ୟକ୍ତିଙ୍କୁ ନର୍ସ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ ତାଙ୍କ ପରିବାର ଲୋକେ।