ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ୧୦ ଆହତ

May 22, 2024 - 15:13
 52

ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା - ବେଲପାହାଡ ରାସ୍ତାର ତାରିଣୀ ମନ୍ଦିର ନିକଟରେ ସ୍କୁଲ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଶିକ୍ଷକଶିକ୍ଷୟିତ୍ରୀ ଥିବା ଜଣାଯାଇଛି। ସ୍କୁଲ ବସଟି ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନେଇ ଝାରସୁଗୁଡାରୁ ବନ୍ଧବାହାଲ ଅଭିମୁଖେ ଯାଉଥିଲା। ଜାତୀୟ ରାଜପଥ ୪୯ ତାରିଣୀ ମନ୍ଦିର ନିକଟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍ ସହ ବସ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ବସ୍ ରେ ଡ୍ରାଇଭରଙ୍କୁ ମିଶାଇ ୨୫ ଜଣ ଥିଲେ। ବସ୍ ଓ ଟ୍ରକକୁ ଜବତ କରି ଘଟଣାର ତଦନ୍ତ କରୁଛି ପୋଲିସ୍।