ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ହେବନି କୁକୁଡ଼ା ଚାଷ
ଭୁବନେଶ୍ୱର: ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ତିନି ମାସ ପର୍ଯ୍ୟନ୍ତ ହେବନି କୁକୁଡ଼ା ଚାଷ। ପୁରୀ ଜିଲ୍ଲା ପିପିଲି, ଡେଲାଙ୍ଗ ଓ ସତ୍ୟବାଦୀ ଅଞ୍ଚଳରେ ହୋଇପାରିବାନି କୁକୁଡ଼ା ଚାଷ। ଡେଲାଙ୍ଗରେ ଥିବା ୩୪୪ଟି ଫାର୍ମରୁ ୬୪ଟି ସିଲ୍ କଲା ପୁରୀ ପ୍ରଶାସନ। ପିପିଲିରେ ୮୬୧ କୁକୁଡ଼ା ଫାର୍ମରୁ ୫୫ଟି ସିଲ୍ ହୋଇଛି। ସେହିପରି ସତ୍ୟବାଦୀ ଅଞ୍ଚଳରେ ମଧ୍ୟ ୨୨ଟି ଫାର୍ମ ସିଲ୍ ହୋଇଥିବା ଜଣାପଡ଼ିଛି। ଫାର୍ମ ଗୁଡ଼ିକୁ ବିଶୋଧନ କରି ସିଲ୍ କଲା ପ୍ରଶାସନ।