ପୁରୀ ବେଳାଭୂମିରେ ରହିବନି କୁଟୀର
ପୁରୀ: ପୁରୀ ବେଳାଭୂମିରେ ରହିବନି ମଦ କୁଟୀର । ଏନେଇ ଆବକାରୀ ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁରୀ ପୌରପାଳିକା ଅଧୀନରେ ମଦ କୁଟୀର ମନା। ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି। ଧାର୍ମିକ ଅନୁଷ୍ଠାନର ୫କିମି ଭିତରେ ରହିବନି ମଦ କୁଟୀର।