ପାରମ୍ପରିକ ରୀତିରେ ବୋଇତ ବନ୍ଦାଣ ଉତ୍ସବ ପାଳିଲେ ମିଶନ ଆଶ୍ରା ର ଅନ୍ତେବାସି

Nov 27, 2023 - 12:35
 9
ପାରମ୍ପରିକ ରୀତିରେ ବୋଇତ ବନ୍ଦାଣ ଉତ୍ସବ ପାଳିଲେ ମିଶନ ଆଶ୍ରା ର ଅନ୍ତେବାସି

ଝାରସୁଗୁଡା, ତାରିଖ-୨୭/୧୧/୨୦୨୩
       ପିପୁଲସ ଫୋରମ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶାରେ କାମ କରୁଥିବା ମାନସିକ ବିକାର ଗ୍ରସ୍ତ ମହିଳାଙ୍କ ପାଇଁ ଉଦିଷ୍ଟ ଚିକିତ୍ସା ଓ ଥଇଥାନ କେନ୍ଦ୍ରର ୩୫ ଜଣ ଅନ୍ତେବାସିନୀ ଓ କର୍ମଚାରୀ ମାନେ ବହୁ ଆନନ୍ଦ ଉଲ୍ଲାସର ସହିତ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସାବ ପାଳନ କରିଥିଲେ।

ଆଜି ସକାଳେ ମିଶନ ଆଶ୍ରା ପରିସରରେ ଥିବା କୃତିମ ପୋଖରୀରେ ପ୍ରଥମେ ଡଙ୍ଗା ଭସାଇ ନିକଟସ୍ଥ ଇବ ନଦୀକୁ ଆସି ବନ୍ଦାପନା କରି ନିଜେ ତିଆରି କରିଥିବା ବୋଇତକୁ ପୂଜା ଅର୍ଚ୍ଚନା କରିବା ସହ ହୁଲୁହୁଲି ପକାଇ ପାରମ୍ପରିକ ଗୀତ ଆକା-ମା-ବୋଇ ଗାଇ ନଦୀରେ ଭସାଇ ଥିଲେ।

ଓଡ଼ିଆ ସାଧବ ପୁଅର କୀର୍ତିରାଜିକୁ ଅକ୍ଷୟ ରଖିବା ପାଇଁ ପ୍ରତିବର୍ଷ ମିଶନ ଆଶ୍ରାର ଅନ୍ତେବାସି ମାନେ ଏହି ଉତ୍ସବକୁ ପାଳନ କରି ଆସୁଛନ୍ତି। ବୋଇତ ବନ୍ଦାଣ ସରିବା ପରେ ପରେ ବ୍ରଜରାଜନଗର ସ୍ଥିତ ସାଇ ମନ୍ଦିର ଦର୍ଶନ କରି ସେମାନଙ୍କ ମାନସିକ ରୋଗରୁ ସମ୍ପୂର୍ଣ ଭଲ ହୋଇ କିପରି ନିଜ ନିଜର ଗୃହକୁ ପ୍ରତ୍ୟାବର୍ତ୍ତନ କରିବେ କାମନା କରିଥିଲେ।