୮ଟି ପ୍ରସ୍ତାବ ଉପରେ ଓଡ଼ିଶା କ୍ୟାବିନେଟ୍ ମୋହର

Feb 29, 2024 - 21:52
 4

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଓଡ଼ିଶା କ୍ୟାବିନେଟ୍ ବୈଠକରେ ୮ଟି ପ୍ରସ୍ତାବ ଉପରେ ବାଜିଛି ମୋହର। ରାଜ୍ୟରେ ଖୋଲିବ ଜଳ ସୂଚନା ବିଜ୍ଞାନ କେନ୍ଦ୍ର। ଏହା ଦ୍ବାରା ପୂର୍ବାନୁମାନ ବ୍ୟବସ୍ଥା ସହଜ ଓ ସଠିକ୍ ହୋଇପାରିବ। ପାଣିପାଗ ଓ ଜଳସମ୍ପଦ ସୂଚନା ଗୋଟିଏ ଜାଗାରେ ମିଳିବ। ସବୁ ପଞ୍ଚାୟତରେ ବୃଷ୍ଟିପାତର ସୂଚନା ଏକାଠି କରିହେବ। ଜଳର ମାନ ପରୀକ୍ଷା ରିପୋର୍ଟ ମଧ୍ୟ ଏକାଠି କରାଯାଇପାରିବ। ରାଜ୍ୟରେ ନିୟମିତ ହେବେ ୫୦୪ ଅଙ୍ଗନବାଡ଼ି ସୁପରଭାଇଜର। ଏହା ବ୍ୟତିତ, ୬ଟି ପାରାମେଡିକାଲ କ୍ୟାଡର ରୁଲ୍ ରେ ସଂଶୋଧନ କରିବା ପାଇଁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ଦ୍ବାରା ନର୍ସିଂ ଅଧିକାରୀ ଓ ଲାବ୍ ଟେକ୍ନିସିଆନ୍ ପାଇବେ ପଦୋନ୍ନତି।