ମାଇ ହାତୀର ମୃତଦେହ ଠାବ

Sep 13, 2024 - 20:21
 6

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ରେଗଡିମାଲ ଆମ୍ବ ବଗିଚାରୁ ଏକ ହାତୀର ମୃତଦେହ ଉଦ୍ଧାର ହୋଇଛି। ମାଇ ହାତୀର ବୟସ ୮ ବର୍ଷ । ସ୍ଥାନୀୟ ଲୋକେ ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ବନ ବିଭାଗ।