ଭୁବନେଶ୍ବରରେ ମଦୁଆ ଡ୍ରାଇଭରଙ୍କ ଗାଡ଼ିରୁ ମିଳିଲା ୫ ଲକ୍ଷ ଟଙ୍କା
ଭୁବନେଶ୍ୱର: ଭୁବନେଶ୍ବର ଓମ୍ଫେଡ ଛକରେ ମଦୁଆ ଜଣେ ଡ୍ରାଇଭରଙ୍କ ଗାଡ଼ିରୁ ମିଳିଲା ୫ ଲକ୍ଷ ଟଙ୍କା । ଟଙ୍କା ନେଇ କୌଣସି ତଥ୍ୟ ଦେଖାଇ ପାରିନଥିଲେ ଚାଲକ। ଚଳକଙ୍କୁ ଅଟକ ରଖିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ୍। ଗତକାଲି ରାତିରେ ମଦୁଆ ଡ୍ରାଇଭରଙ୍କୁ ଯାଞ୍ଚ କରୁଥିବା ବେଳେ ଜବତ ହୋଇଛି ଟଙ୍କା।