ସେଭେନ୍ ଷ୍ଟାର୍ କ୍ଲବ ଦ୍ଵାରା ନବଘନ ଜେନା ଜନ୍ମ ଶତବାର୍ଷିକୀ କମିଟିର ଅନ୍ତିମ ବୈଠକ

Apr 24, 2025 - 20:16
 9
ସେଭେନ୍ ଷ୍ଟାର୍ କ୍ଲବ ଦ୍ଵାରା ନବଘନ ଜେନା ଜନ୍ମ ଶତବାର୍ଷିକୀ କମିଟିର ଅନ୍ତିମ ବୈଠକ

କଟକ - ଗତକାଲି ଅପରାହ୍ନ ୬ଘଣ୍ଟା ରେ ସେଭେନ୍ ଷ୍ଟାର୍ କ୍ଳବ୍ ଦ୍ଵାରା ଆୟୋଜିତ ନବଘନ ଜେନା ଜନ୍ମ ଶତ ବାର୍ଷିକୀ କମିଟି ର ସାଧାରଣ ସଭା ରେ କଟକ ମହାଗରନିଗମ ର ମେୟର ଶ୍ରୀଯୁକ୍ତ ସୁବାସ ସିଂ ଙ୍କ ସମେତ ଅନେକ ସ୍ଵାଧୀନତା ସଂଗ୍ରାମୀ ଓ ସାହିତ୍ୟ ପ୍ରାଣ ବ୍ୟକ୍ତି ଉପସ୍ଥିତ ଥିଲେ । ଚେୟାରମ୍ୟାନ ଶ୍ରୀ ରଜ କିଶୋର ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭା ରେ ଉତ୍କଳ ସାହିତ୍ୟ ସମାଜର ସଂପାଦକ ଶ୍ରୀ ଆଦିତ୍ୟ ପ୍ରତାପ ଧଳ, ଡ:ଚଣ୍ଡୀ ପ୍ରସାଦ ନନ୍ଦ, ନିମାଇଁ ରାୟ, କୈଳାସ ଶତପଥୀ, ଦେବାଶିଷ ଓ ଶିବାନୀ ନନ୍ଦ,ଗୌତମ ପରିଡ଼ା, କିଶୋର ନାୟକ, ଅଧ୍ୟାପକ ମନୋରଞ୍ଜନ ଦାସ,ଅଭିରାମ ବେହେରା,ଓ ସୋମନାଥ ମହାକୁଡ, କ୍ଷୀରୋଦ କୁମାର ବିଶ୍ଵାଳ ,ସୁଶାନ୍ତ ମହପାତ୍ର,ଓ ସନାତନ ପରିଡା ନବଘନ ଜେନାଙ୍କ ର ଗୁଣ କୀର୍ତ୍ତନ କରିଥିଲେ । ସଭାପତି ବିଶ୍ଵ ମୋହନ ଜେନା ଓ ସଂପାଦକ ସଂପଦ ବେହେରା ଙ୍କ ସଂଯୋଜନା ରେ ସ୍ଥାନୀୟ ସାମାଜିକ ଅନୁଷ୍ଠାନ ରାଧାକୃଷ୍ଣ ଗ୍ରୁପ୍ ର ସମସ୍ତ କର୍ମକର୍ତ୍ତା ଙ୍କୁ ସମ୍ୱଦ୍ଧିତ କରାଯିବା ସହିତ ଗ୍ରାମର ସମସ୍ତ ପଦାଧିକାରୀ ଙ୍କୁ ସମ୍ମାନିତ କରା ଗଲା । ନବଘନ ଙ୍କ ବର୍ଷୀୟାନ ସହ ଧର୍ମିଣି ବାସନ୍ତୀ ଜେନା ସ୍ମରଣେ ନବଘନ ପତ୍ରିକା ଉନ୍ମୋଚିତ କରିଥିଲେ । କଣ୍ଠଶିଳ୍ପୀ ନୀଳ ମଣି ବେଜ ଉଦ ଯାପନୀ ସଂଗୀତ ପରିବେଷଣ କରିଥିଲେ ।