କାନ୍ଥ ପଡ଼ି ନାବାଳିକା ମୃତ
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ବଦରମ୍ପାସ ଗାଁରେ କାନ୍ଥ ପଡ଼ି ଜଣେ ନାବାଳିକାର ମୃତ୍ୟୁ ହୋଇଛି। ପରୀକ୍ଷା ଦେବାକୁ ଯିବା ପାଇଁ ଜୋତା ପିନ୍ଧୁଥିବା ବେଳେ ପଡିସା ଘରର କାନ୍ଥ ତା ଉପରେ ପଡ଼ିଯାଇଥିଲା। ନାବାଳିକାର ସାନ ଭାଇ ମଧ୍ୟ ଆହତ ହୋଇଥିବା ସୂଚନା। ଗୁରୁତର ଅବସ୍ଥାରେ ନାବାଳିକାକୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।