ଅନୁଗୁଳରେ ହାତୀ ଆକ୍ରମଣରେ ଦୁଇ ମୃତ
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଭିନ୍ନ ଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଛେଣ୍ଡିପଦା ପାଟକମୁଣ୍ଡାରେ ଜଣେ ମହିଳାଙ୍କୁ ଦଳିଦେଲା ହାତୀ। ମୃତକ ହେଲେ ପାଟକମୁଣ୍ଡା ଗାଁର ମନ୍ଦୋଦରୀ ସା। ବିଲକୁ ଯାଉଥିବା ବେଳେ ମହିଳାଙ୍କୁ ଦଳିଦେଲା ହାତୀ। କଣିହା ତହସିଲ ଅନ୍ତର୍ଗତ ବାଉଡବେଦ ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତକ ହେଲେ ବାଉଡବେଦ ଗାଁର ବୃନ୍ଦାବନ ସାହୁ। ହାଟକୁ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି।