ଘଟଗାଁ ମା' ତାରିଣୀ ମନ୍ଦିର ନିକଟ ଭୋଗ ଦୋକାନରେ ନିଆଁ

Dec 11, 2024 - 20:07
 7
ଘଟଗାଁ ମା' ତାରିଣୀ ମନ୍ଦିର ନିକଟ ଭୋଗ ଦୋକାନରେ ନିଆଁ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଟଗାଁ ମା' ତାରିଣୀ ମନ୍ଦିର ନିକଟ ଭୋଗ ଦୋକାନରେ ନିଆଁ ଲାଗିଥିବା ସୂଚନା। ନିଆଁ ଲାଗି ଜଳିଗଲା ୧୦ରୁ ଅଧିକ ଭୋଗ ଦୋକାନ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଭୋଗ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।

ଗେଟ୍ ନମ୍ବର ୨ ନିକଟରେ ଘଟିଥିବା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁ ଆୟତ୍ତ କଲେ ଅଗ୍ନିଶମ ବିଭାଗ କର୍ମଚାରୀ।