ଓଡ଼ିଶାର ବ୍ଲକ୍ ସ୍ତରରେ ଗୋଶାଳା ସ୍ଥାପନ ଓ ବେଆଇନ୍ ଗୋଚାଲାଣକୁ ବନ୍ଦ କରିବା ଦାବି କଲା କେଶରୀୟା ହିନ୍ଦୁ ବାହିନୀ

Nov 18, 2024 - 22:18
 50
ଓଡ଼ିଶାର ବ୍ଲକ୍ ସ୍ତରରେ ଗୋଶାଳା ସ୍ଥାପନ ଓ ବେଆଇନ୍ ଗୋଚାଲାଣକୁ ବନ୍ଦ କରିବା ଦାବି କଲା କେଶରୀୟା ହିନ୍ଦୁ ବାହିନୀ

ଭୁବନେଶ୍ବର: ଆଜି ଭୁବନେଶ୍ଵରରେ କେଶରୀୟା ହିନ୍ଦୁ ବାହିନୀ, ଓଡ଼ଶା ସଂଘଠନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ସୂଚନା ଦିଆଯାଇଛି ଯେ ଗତ କିଛି ଦିନ ତଳେ ଓଡିଶା ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ “ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା” ଘୋଷଣା କରିଛନ୍ତି । ଏହି ଯୋଜନାରେ ୨୦୨୪-୨୦୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ପାଇଁ ୧୪୨୩.୪୭ କୋଟି ଟଙ୍କା ବ୍ୟୟ ଅଟକଳକୁ ମଞ୍ଜୁର କରିଛନ୍ତି । ତନ୍ମଧ୍ୟରୁ ଗୋ ସମ୍ପଦ ବୀମା ଯୋଜନାରେ ୩ଲକ୍ଷ ଚାଷୀଙ୍କ ପାଇଁ ୧୮୭.୪୨ କୋଟି ଟଙ୍କା, ବାଛୁରୀ ପାଳନ ଯୋଜନାରେ ୭୫ହଜାର ଚାଷୀଙ୍କ ପାଇଁ ୨୧୬.୦୯କୋଟି ଟଙ୍କା, ଓମ୍‌ ଫେଡ୍‌କୁ ସହାୟତା ବାବଦରେ ୨୫.୫୨ କୋଟି ଟଙ୍କା, କୃତ୍ରିମ ପ୍ରଜନନ ପାଇଁ ୪୧.୧୦ କୋଟି ଟଙ୍କା, ତୃଣ ଉତ୍ପାଦନ ଓ ସରକାରୀ ତୃଣ ଉତ୍ପାଦନ ଫାର୍ମ ଗୁଡିକର ସୁଦୃଢୀକରଣ ପାଇଁ ୨୦୦.୬୮କୋଟି ଟଙ୍କା ମଇଁଷି ପାଳନ ପାଇଁ ୬୩୩୭ ଚାଷୀଙ୍କୁ ୧୧୦.୨୩କୋଟି ଟଙ୍କା, ଗୋପାଳନ ଯୋଜନାରେ ୩୧୫୦୦ ଚାଷୀଙ୍କୁ ୪୭୬କୋଟି ଟଙ୍କା ତତ୍ ସହିତ ଏହି ଯୋଜାନାରେ ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବା ସହ ୧୫ଲକ୍ଷ ୪୭ହଜାର ୮୮୭ଜଣ ଗୋପାଳକଙ୍କ ଆୟବୃଦ୍ଧିକୁ ତ୍ବରାନ୍ବିତ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଣୁ ଓଡିଶା ସରକାରଙ୍କର ଏହି ପଦକ୍ଷେପକୁ କେଶରୀୟା ହିନ୍ଦୁ ବାହିନୀ ଓଡିଶା ସଂଘଠନ ତରଫରୁ ସାଗତ କରାଯିବା ସହ ସରକାର ଏବଂ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ସଂଗଠନ ତରଫରୁ ଅଶେଷ ଅଶେଷ ଧନ୍ୟବାଦ୍ ଦିଆଯାଇଛି। ସଂଗଠନ ପକ୍ଷରୁ କିଛି ଦାବି ମଧ୍ଯ ଉପସ୍ଥାପନ କରାଯାଇଛି। ସେ ଗୁଡିକ ହେଲା ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାସ୍ତରୀୟ କାଞ୍ଜିଆ ହୁଦା ସ୍ଥାପନ କରିବା, ପ୍ରତ୍ୟେକ ଜିଲ୍ଲାରେ ବ୍ଲକ୍ ସ୍ତରରେ ଗୋଶାଳା ସ୍ଥାପନ କରିବା, ରାଜ୍ୟରେ ସଂପୂର୍ଣ୍ଣ ରୂପେ ବେଆଇନ୍ ଗୋଚାଲାଣକୁ ବନ୍ଦ କରିବା, ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାଠାରେ ଅବସ୍ଥିତ ଥିବା ପଶୁଡାକ୍ତରଖାନାର ଉନ୍ନତିକରଣ ସହିତ ସେଠାରେ ୨୪ ଘଣ୍ଟିଆ ଜରୁରୀକାଳୀନ ସେବା ଯୋଳଗାଇବା, ପ୍ରତ୍ୟେକ ଜିଲ୍ଲାରେ ସରକାରଙ୍କ ତରଫରୁ ଦିଆଯାଇଥିବା ଭ୍ରାମ୍ୟମାଣ ପଶୁ ଚିକିତ୍ସା କେନ୍ଦ୍ରର ସଂଖ୍ୟାକୁ ବୃଦ୍ଧି କରିବା, ବାତ୍ୟା (ଦାନା) ପରେ କେନ୍ଦ୍ରପଡା ଜିଲ୍ଲା ରାଜନଗରସ୍ଥିତ ସାତଭାୟାଠାରେ ଜୀବନ ମରଣ ସହ ସଂଘର୍ଷ କରୁଥିବା ୮୦୦ ଗାଈଗୋରୁଙ୍କୁ ଯଥାଶୀଘ୍ର ସେହି ସ୍ଥାନରୁ ଉଦ୍ଧାର କରିବା ଦାବି ପୂରଣ ନ ହେଲେ ସଂଗଠନ ରାଜରାସ୍ତାକୁ ଓହ୍ଲାଇଥିବ ବୋଲି ସଦସ୍ୟ ମାନେ ପ୍ରକାଶ କରିଛନ୍ତି। ରାଜ୍ୟ ସଭାପତି ଶ୍ରୀ ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ରୁଦ୍ର ନାରାୟଣ ଜିତ୍ ବାବୁ, ରାଜ୍ୟ ମାର୍ଗଦର୍ଶକ ପ୍ରଦ୍ୟୁମ୍ନ ଦାଶ, ରାଜ୍ୟ ସାଧାରଣ ସମ୍ପାଦକ ଅମରେଶ ସାମନ୍ତ, ରାଜ୍ୟ ଉପସଭାପତି ସଞ୍ଜୟ ବାରିକ, ଆର୍ଯ୍ୟ ବ୍ରତ ସାମଲ, ବ୍ରହ୍ମ ପ୍ରସାଦ ମହାପାତ୍ର, ରାଜ୍ୟ ସମ୍ପାଦକ ଅଞ୍ଜନ ତ୍ରିପାଠୀ, ଅନିଲ ମହାନ୍ତି, ରାଜ୍ୟ ରାଲି ପ୍ରମୁଖ ନିଗମ ମହାନ୍ତି, ରାଜ୍ୟ ପ୍ରବକ୍ତା ନିଗମାନନ୍ଦ ଜେନା, ସାର୍ଥକ ମହାପାତ୍ର, ପ୍ରତ୍ୟୁଷ ପରିଜା, ଆଲ୍ଫା ରାୟ, ଆଶୋକ ଗନ୍ତିଆ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।