ମହିଳାଙ୍କୁ ହତ୍ୟା ଓ ଲୁଟ୍ ଘଟଣା: ଫେରାର ଅପରାଧୀ ଗିରଫ

Nov 28, 2024 - 01:31
 49

ଭୁବନେଶ୍ୱର: ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଜଣେ ମହିଳାଙ୍କୁ ହତ୍ୟା ଓ ଲୁଟ୍ କରି ଫେରାର ଥିବା ଅପରାଧିକୁ ଧରିଲା ଏୟାରଫିଲ୍ଡ ଥାନା ପୋଲିସ୍। ଗତ ୧୧ ତାରିଖରେ ସ୍ବାମୀଙ୍କ ସହ ବାଇକ୍ ରେ ମନ୍ଦିର ଯାଉଥିଲେ ମହିଳା। ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍ ରେ ଆସି ମହିଳାଙ୍କୁ ଧକ୍କା ଦେଇଥିଲେ। ମହିଳା ଜଣକ ବାଇକ୍ ରୁ ପଡ଼ି ତାଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଦୁଇ ଦୃର୍ବୁତ୍ତ ତାଙ୍କ ସମସ୍ତ ଜିନିଷପତ୍ର ଲୁଟି ନେଇଥିଲେ। କେନ୍ଦୁଝରେ ଜିଲ୍ଲା ବଡ଼ବିଲ ଅଞ୍ଚଳରୁ ଅପରାଧୀକୁ ଧରିଲା ପୋଲିସ୍।