ଦନ୍ତାହାତୀର ମୃତ୍ୟୁ

Nov 10, 2023 - 14:52
 6

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। ଭାଡ଼ିମରା ଗାଁ ନିକଟ ବିଲରେ ହାତୀର ମୃତଦେହ ଦେଖିବାକୁ ମିଳିଛି। ମୃତ ହାତୀର ବୟସ ପ୍ରାୟ ୨୫ ବର୍ଷ। ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀଙ୍କ ମଧ୍ୟରେ ମାଡ଼ଗୋଳରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।