ପୁରୀ ଶ୍ରୀମନ୍ଦିରରେ ଠେଲାପେଲା, ୧୦ରୁ ଅଧିକ ଶ୍ରଦ୍ଧାଳୁ ଆହତ
ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଠେଲାପେଲାରେ ୧୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। କିଛି ଶ୍ରଦ୍ଧାଳୁ ଅଣନିଶ୍ୱାସୀ ହୋଇଥିବା ବେଳେ ଆଉ କେତେ ଜଣଙ୍କ ଗୋଡ଼ରେ ଆଘାତ ଲାଗିଛି। ମଙ୍ଗଳ ଆଳତି ବେଳେ ଘଣ୍ଟିଦ୍ଵାର ଓ ସାତ ପାହଚ ନିକଟରେ ଘଟିଛି ଏହି ଅଘଟଣ। ଚିକିତ୍ସା ପରେ ପୁରୀ ମେଡିକାଲରୁ ଫେରିଛନ୍ତି ଆହତ ହୋଇଥିବା ଶ୍ରଦ୍ଧାଳୁ ଓ ହବିଷ୍ୟାଳି।