ବିଶ୍ୱ ଏଡ୍ସ ଦିବସରେ ସଚେତନ ହେଲେ ମହିଳା

Dec 2, 2024 - 00:54
 4
ବିଶ୍ୱ ଏଡ୍ସ ଦିବସରେ ସଚେତନ ହେଲେ ମହିଳା

ଭୁବନେଶ୍ୱର: ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର ନେଚର ଏଜୁକେସନ ଆଣ୍ଡ ହେଲଥ (ସ୍ନେହ) ଓ ମର୍କ୍ୟୁରି ଫୋଇନିକ୍ସ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସାଲିଆ ସାହି ଭୁବନେଶ୍ୱରଠାରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି। ଏଥିରେ ମଣିପାଲ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ଃ ଶିବାନୀ ଦେବୀ, ସମ ନର୍ସିଂ କଲେଜର ବନ୍ଦିତା ସାହୁ ଓ କବିତା ସାହୁ ଅତିଥି ରୂପେ ଯୋଗ ଦେଇଥିଲେ। ୩ଘଣ୍ଟା ଧରି ଚାଲିଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ଶତାଧିକ ମହିଳା, ଯୁବକ ଓ ଯୁବତୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ସଂଯୋଜକ ଦିବାକର ମହାଲି ଅତିଥି ପରିଚୟ କରାଇଥିଲେ ଓ ପରେ ଅତିଥିମାନେ ମହିଳାମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟର କିପରି ଯତ୍ନ ନେବେ ସେ ବିଷୟରେ ସୂଚନା ଦେଇଥିଲେ। ସେହିପରି ଡ଼ଃ ଶିବାନୀ ଦେବୀ ଏ ବର୍ଷର ମୁଖ୍ୟ ବିଷୟ 'ମୋ ସ୍ୱାସ୍ଥ୍ୟ ଓ ମୋ ଅଧିକାର' କୁ ନେଇ ଏଡ୍ସ ଉପରେ ଜନତାଙ୍କୁ ସଚେତନ କରାଇବା ସହ ଯୁବକ ଯୁବତୀମାନେ କିପରି ଏଡ୍ସର ପ୍ରକୋପରୁ ସୁରକ୍ଷିତ ରହିବେ, ସେ ସମ୍ବନ୍ଧରେ ଆଲୋଚନା କରିଥିଲେ। ପରେ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ସମସ୍ତଙ୍କୁ ସ୍ବାସ୍ଥ୍ୟଗତ ସାମ୍ବିଧାନିକ ଅଧିକାର ବିଷୟରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ନାରାବାଜି ସହ ଏକ ସଚେତନତା ପଦଯାତ୍ରା କରାଯିବା ସହ ଦୀପଦାନ କରାଯାଇଥିଲା ଓ ଏଡ୍ସକୁ ନେଇ ପୂର୍ବରୁ ପ୍ରସ୍ତୁତ ଏକ ଶୈକ୍ଷଣିକ ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି ଏଡ୍ସ ସଚେତନତା କାର୍ଯ୍ୟକ୍ରମସ୍ୱରୂପ ଦିନତମାମ ଏକ ଷ୍ଟଲ ଲଗାଯାଇ ଲୋକଙ୍କୁ ଏଡ୍ସ ବିଷୟରେ ଅବଗତ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ସ୍ନେହ ଅନୁଷ୍ଠାନର ସହ ସଂଯୋଜିକା ସ୍ୱସ୍ତିକା ସଡଙ୍ଗୀଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ସୁଚାରୁ ରୂପେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।