ଶ୍ରୀମନ୍ଦିରରେ ଦେବ ଦୀପାବଳି ଅବସରରେ ଓଡ଼ିଶା ଇଣ୍ଟରନେସନାଲ ସେଣ୍ଟର ଭୁବନେଶ୍ୱର ଦ୍ୱାରା ଏକ ଦିବାସୀୟ ଯଜୁବେର୍ଦ ଯଜ୍ଞରେ ଯୋଗଦାନ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଦେବ ଦୀପାବଳି ଅବସରରେ ଓଡ଼ିଶା ଇଣ୍ଟରନେସନାଲ ସେଣ୍ଟର ଭୁବନେଶ୍ୱର ଦ୍ୱାରା।ଏକ ଦିବାସୀୟ ଯଜୁବେର୍ଦ ଯଜ୍ଞ ରେ ଯୋଗଦାନ କରଯାଇଛି। ଆଜି ଅମାବାସ୍ୟା ରେ ରାଜା ଦଶରଥ ଓ କୌଶଲ୍ୟା ଙ୍କ ଉଦେଶ୍ୟ ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦୀପଦାନ କରିଥାନ୍ତି। ଶ୍ରୀମନ୍ଦିର ଅନନ୍ୟ ପରମ୍ପରାରେ ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ନିତ୍ୟ ମାନବୀୟ ଲୀଳା କରୁଛନ୍ତି। ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମାର୍ଗଶୀର କୃଷ୍ଣ ଚତୁର୍ଦଶୀ , ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ଏହି ୩ ଦିନ ଦୀପଦାନ କରିଥାନ୍ତି। ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ଦିନ ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ, ଅମାବସ୍ୟା ଦିନ ରାଜା ଦଶରଥ, କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ, ପ୍ରତିପଦା ଦିନ ବସୁଦେବ, ଦେବକୀ, ନନ୍ଦ, ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ସ୍ୱୟଂ ଶ୍ରାଦ୍ଧବେଶରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରୁଥିବାରୁ ଏହା "ଦେବ ଦୀପାବଳି" ଓ "ଶ୍ରାଦ୍ଧବେଶ" ନାମରେ ପ୍ରସିଦ୍ଧ । ୩ ଦିନ ଧରି ମହାପ୍ରଭୁ ତାଙ୍କ ପିତୃ ପିତାମହ ଆଦିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଉତ୍ସର୍ଗ କରନ୍ତି । ପୁଷ୍ପାଳକ ସେବକ ମାନେ ଶ୍ରୀଜୀଉ ମାନଙ୍କୁ ନାଗପୁରୀ ଶାଢ଼ୀ ଚାଦରରେ ଶ୍ରାଦ୍ଧ ବେଶରେ ଭୂଷିତ କରିଥାନ୍ତି। ଏହି ବେଶରେ ଶ୍ରୀଜୀଉମାନେ ତଡକୀ , କୁଣ୍ଡଳ , ନଳି ଭୁଜ , ଚନ୍ଦ୍ର ସୂର୍ଯ୍ୟ , ଆଡ଼କାନି , କମରପଟି, ହରିଡ଼ା ମାଳି ଆଦି ସ୍ବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି। ଏହି ଦେବ ଦୀପବଳୀ ନୀତି ଉପଲକ୍ଷେ ଶ୍ରୀମନ୍ଦିର ଦୀପମାଳାରେ ସୁସଜିତ ହୋଇଥାଏ ବୋଲି କହିଛନ୍ତି ଡ଼ ନାରାୟଣ ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ।