ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପକ୍ଷରୁ ଆଧ୍ୟାତ୍ମିକ ପରିଦର୍ଶନ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାରେ ଶ୍ରୀଜଗନ୍ନାଥ ମନ୍ଦିର ସିଦ୍ଧି ଭୈରବୀ ମନ୍ଦିର ମା ବାଳ କୁମାରୀ ଓ ମା ବୁଢୀ ଠାକୁରାଣୀ ମନ୍ଦିରକୁ ହୋଇଥିବା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପକ୍ଷରୁ ଆଧ୍ୟାତ୍ମିକ ପରିଦର୍ଶନ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାରେ ଶ୍ରୀଜଗନ୍ନାଥ ମନ୍ଦିର, ସିଦ୍ଧି ଭୈରବୀ ମନ୍ଦିର ମା ବାଳ କୁମାରୀ ଓ ମା ବୁଢୀ ଠାକୁରାଣୀ ମନ୍ଦିରକୁ ହୋଇଥିବା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଉଛି । ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ସଦସ୍ୟ ଓ ସଦସ୍ୟା ମାନଙ୍କୁ ନେଇ ପ୍ରତି ମାସରେ ଓଡିଶା ର ଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ଆକାର୍ଷଣୀୟ ଜାଗା ଗୁଡିକୁ ଏକ ଆଧ୍ୟାତ୍ମିକ ପରି ଦର୍ଶନ କାର୍ଯ୍ୟକ୍ରମ କରା ଯାଇଥାଏ । ଅନୁଷ୍ଠାନ ପକ୍ଷରୁ ୧୧. ୩.୨୫ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲାର ଶ୍ରୀ ଜଗନ୍ନାଥ ମନ୍ଦିର, ସିଦ୍ଧି ଭୈରବୀ ମନ୍ଦିର ମା ବାଳ କୁମାରୀ ମନ୍ଦିର ମା ବୁଢୀ ଠାକୁରାଣୀ ମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଯାତ୍ରା ରେ ପ୍ରାୟ ୫୦ ଜଣ ସଦସ୍ୟ ଓ ସଦସ୍ୟା ଯୋଗ ଦେଇ ବିଭିନ୍ନ ସ୍ଥାନ ପରିଦର୍ଶନ କରି ମନ୍ଦିର ରେ ପ୍ରସାଦ ଭୋଜନ କରି ଥିଲେ, ସ୍ଥାନ ଗୁଡିକ ବହୁତ ସୁନ୍ଦର ଓ ଆକର୍ଷଣୀୟ ଥିଲା । ଏହି କାର୍ଯ୍ୟକ୍ରମ କୁ ଯୁଗ୍ମ ସମ୍ପାଦକ ଶ୍ରୀ ନିରଞ୍ଜନ ଦାଶ ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର କୋଷାଧକ୍ଷ ସୁରେଶ ମିଶ୍ର କାର୍ଯ୍ୟକାରୀ ସଭ୍ୟ ତ୍ରିଲୋଚନ ନାୟକ, ପ୍ରଶାନ୍ତ ପାତ୍ର, ଭଗବାନ ଦାଶ ଶ୍ରୀନିବାସ ରାଓ ପ୍ରମୁଖ ପରିଚାଳନା କରିଥିଲେ ।